Indus Valley Times

ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌ର ବାର୍ଷିକ ସାଧାରଣ ବୈଠକ ବୌଦ୍ଧ ପୁସ୍ତକମେଳା ଆଲୋଚନାଚକ୍ର ପାଇଁ ପ୍ରସ୍ତୁତି

 Breaking News

ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌ର ବାର୍ଷିକ ସାଧାରଣ ବୈଠକ ବୌଦ୍ଧ ପୁସ୍ତକମେଳା ଆଲୋଚନାଚକ୍ର ପାଇଁ ପ୍ରସ୍ତୁତି

December 13
21:16 2020

Boudh Journalists Forum general body meeting held

By Kambhudhar Kheti

ବୌଦ୍ଧ,୧୩/୧୨- ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ବାର୍ଷିକ ସାଧାରଣ ବୈଠକ ଆଜି ଫୋରମର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଯୁଗଳ କିଶୋର ସାମଲ ବୈଠକର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ ।

ଚଳିତବର୍ଷ ମହାମାରୀ କରୋନା ପାଇଁ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ବୌଦ୍ଧ ଏନଏସି ଓ ତିନୋଟି ବ୍ଲକରେ ଆଲୋଚନାଚକ୍ର ଅନୁଷ୍ଠିତ କରାଯିବ । ଏଥିସହିତ ଅନଲାଇନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଜିଲ୍ଲାର ତିନୋଟି ବ୍ଲକରେ ଭ୍ରାମ୍ୟମାଣ ଗାଡିରେ ପୁସ୍ତକ ବିକ୍ରୟ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୁସ୍ତକମେଳା ଅବସରରେ ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ପ୍ରକାଶିତ ହେଉଥିବା ବାର୍ଷିକ ମୁଖପତ୍ର ‘ବୌଦ୍ଧ ବାର୍ତ୍ତାବହ’ ପ୍ରକାଶ ପାଇବ । ସେଥିପାଇଁ ବୌଦ୍ଧ ତଥା ପଶ୍ଚିମାଞ୍ଚଳର ଐତିହ୍ୟ, ସଂସ୍କୃତି, ପରଂପରା ଓ ଜନଜୀବନ ସଂପର୍କିତ ଲେଖା ଗବେଷକ ଓ ଲେଖକମାନଙ୍କଠାରୁ ବୌଦ୍ଧ ବାର୍ତ୍ତାବହରେ ପ୍ରକାଶନ ପାଇଁ ଆହ୍ୱାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ସଂପାଦକ ବିଗତ ବର୍ଷରେ ଆୟବ୍ୟୟର ବିବରଣୀ ବୈଠକରେ ଉପସ୍ଥାପନ କରିଥିଲେ ଓ ତାହା ସର୍ବସମ୍ମତି କ୍ରମେ ଅନୁମୋଦନ ଲାଭ କରିଥିଲା ।

ବୌଦ୍ଧଜିଲ୍ଲାର ସମସ୍ତ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଓ ବିଶୃଙ୍ଖଳା ସଂପର୍କରେ ସମସ୍ତ ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ । ସେଥିପାଇଁ ଫୋରମ ପକ୍ଷରୁ ଏକ ତଥ୍ୟ ସଂଗ୍ରହକାରୀ ଦଳ (ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌) ତୃଣମୂଳ ସ୍ତରକୁ ଯାଇ ତଥ୍ୟ ସଂଗ୍ରହକରି ରାଜ୍ୟସରକାରଙ୍କୁ ରିପୋର୍ଟ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଫୋରମର ସଦସ୍ୟ ସୁକାନ୍ତ ପଟ୍ଟନାୟକ, ଦିବ୍ୟରଂଜନ ପଟ୍ଟନାୟକ, ଦେବାନନ୍ଦ ସାହୁ, ପ୍ରୀତି ରଞ୍ଜନ ଦାସ, ପ୍ରକାଶ ଚନ୍ଦ୍ର ମେହେର, ସୁଧାଂଶୁ ଶେଖର ମିଶ୍ର, ସତ୍ୟନାରାୟଣ ପାଣି, ସତ୍ୟଜିତ କୁମାର ପଣ୍ଡା, ଭାଗବତ ମେହେରଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

—————-

—–

ବୌଦ୍ଧଜିଲ୍ଲା ଆର୍ଚେରୀ ଆସୋସିଏସନ୍ ପକ୍ଷରୁ ମାନପତ୍ର ବିତରଣ ଉତ୍ସବ
ବୈାଦ୍ଧ,୧୩/୧୨-ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ମାଉଳିସିଙ୍ଗା ଖେଳପଡିଆ ପରିସରରେ ବୌଦ୍ଧଜିଲ୍ଲା ଆର୍ଚେରୀ ଆସୋସିଏସନ୍ ପକ୍ଷରୁ ମାନପତ୍ର ବିତରଣ ଉତ୍ସବ ଅନୁଷ୍ଠାନର ସଭାପତି ସୂର୍ଯ୍ୟକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସ୍ତରୀୟ ତୀରନ୍ଦାଜ୍ ପ୍ରତିଯୋଗୀତାରେ ବୌଦ୍ଧଜିଲ୍ଲାର ୨୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସମସ୍ତ ପ୍ରତିଯୋଗୀମାନଙ୍କୁ ମାନପତ୍ର ପ୍ରଦାନ କରିବା ସହିତ ତୀରନ୍ଦାଜ୍ ଖେଳର ଅଭ୍ୟାସ ଜାରିରଖିବା ପାଇଁ ଶିକ୍ଷକ କୃଷ୍ଣଚନ୍ଦ୍ର ସେଠୀ ପରାମର୍ଶ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଦେବାଶିଷ ପୁରୋହିତ, ଲକ୍ଷ୍ମୀଧର ବେହେରା, ବିଜୟ କୁମାର ସାହୁ, ଯଜେ୍ଞଶ୍ୱର ମିଶ୍ର, ନମ୍ରତା ମିଶ୍ର ଯୋଗଦାନ କରିଥିଲେ । ପ୍ରତିଯୋଗୀମାନେ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ସୁବ୍ରତ କୁମାର ପୁରୋହିତ, ଅକ୍ଷୟ ମହାକୁଡ, ନିରଞ୍ଜନ ମେହେର ପରିଚାଳନା କରିଥିବା ବେଳେ ସଂପାଦକ ଅର୍ଜୁନ କଅଁର ଧନ୍ୟବାଦ ପ୍ରଦାନ କରିଥିଲେ ।
ରେଡରିବନ୍ କ୍ଲବ ପକ୍ଷରୁ ସୁଇମିଂ ପୋଲ କଳବନ୍ଧରେ ସଫେଇ କାର୍ଯ୍ୟକ୍ରମ(ଫଟୋ)
ବୈାଦ୍ଧ,୧୩/୧୨- ମହାନଦୀରେ ପାଣିଧାର ସୁଖିଯିବା ଆଶଙ୍କା କରି ବୌଦ୍ଧ ସହରର କଳବନ୍ଧ ଉପରେ ୫ ଓ ୧୬ ନମ୍ବର ୱାର୍ଡର ଜନସାଧାରଣ ନିର୍ଭର କରିଥାନ୍ତି । ଆଜି ସକାଳେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ୟୁଥ୍ ରେଡକ୍ରସ ଅଧିକାରୀ ପ୍ରବିର କୁମାର ଦାସ ଓ ଛାତ୍ରମାନେ କଳବନ୍ଧରେ ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏକଦା ସୁଇମିଂ ପୁଲ ଭାବେ କାର୍ଯ୍ୟକରି ଆସିଥିବା କଳବନ୍ଧରେ ଅଭ୍ୟାସ କରି ସୁଇମରମାନେ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ଅର୍ଜନ କରି ଆସିଛନ୍ତି । ଏହା ସଫାହେବା ଫଳରେ ସୁଇମରମାନେ ନିଜର ଅଭ୍ୟାସ ଜାରି ରଖିବା ସହିତ ଜନସାଧାରଣଙ୍କ ଗାଧୋଇବା ଓ ଅନ୍ୟାନ୍ୟ କାର୍ଯ୍ୟରେ ଲାଗିପାରିବ ବୋଲି ମତ ପ୍ରକାଶ ପାଇଛି ।

—-

୫କୋଟି ଟଙ୍କା ବ୍ୟୟରେ ବୌଦ୍ଧ ଷ୍ଟାଡିୟମ ଉନ୍ନତିକରଣ
ଲଙ୍ଗ୍ ଟେନିସ୍ ଓ ବାସ୍କେଟ ବଲ, ଜିମ୍ ଓ ଯୋଗ ପଡିଆ ନିର୍ମାଣ କରାଯିବ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୈାଦ୍ଧ,୧୩/୧୨- ବୌଦ୍ଧଜିଲ୍ଲାରେ ଖେଳର ଉନ୍ନତି ନିମନ୍ତେ ଷ୍ଟାଡିୟମର ଉନ୍ନତିକରଣ ପାଇଁ ଲୋକସଭା ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ପରାମର୍ଶ କ୍ରମେ ଏକ ପ୍ରତିନିଧି ଦଳ ବୌଦ୍ଧ ଷ୍ଟାଡିୟମ ପରିଦର୍ଶନ କରି ଉନ୍ନତି କରଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡଛି । ଏହି ପ୍ରତିନିଧି ଦଳରେ ସ୍ପୋର୍ଟସ୍ ଇନଫ୍ରା ଦିଲ୍ଲୀର ମୁଖ୍ୟ ଆନନ୍ଦ ଚୌରାସିଆ, କିସ୍ ଓ କିଟ୍ ର ଖେଳ ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାସ ଓ କିସ୍‌ର ଅତିରିକ୍ତ ଅଧରକାରୀ ରୁଦ୍ରକେଶ ଯେନା ଜିଲ୍ଲା ଖେଳ ଅଧିକାରୀ ପବିତ୍ର ରାଉତଙ୍କ ସହିତ ପଡିଆର ବିଭିନ୍ନ ସ୍ଥାନ ଦେଖିବା ପରେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ପାଇଁ ପ୍ରକାଶ କରିଥିଲେ । ଫୁଟବଲ ଖେଳପାଇଁ ଗୋଲପୋଷ୍ଟ, ଦୌଡିବା ପାଇଁ ଟ୍ରାକ ନିର୍ମାଣ, ବାସ୍କେଟ୍ ବଲ୍‌, ଲଙ୍ଗ ଟେନିସ୍ ପଡିଆ, ଜିମ୍ ଓ ଯୋଗ କରିବା ପାଇଁ ବ୍ୟାୟାମଶାଳା ନିର୍ମାଣ କରିବା ପାଇଁ ଆଲୋଚନା କରିଥିଲେ । ଇନ୍‌ଡୋର ଷ୍ଟାଡିୟମରେ ମେଟ୍ ବିଛାଇବା ପାଇଁ ପ୍ରସ୍ତାବ ନିଆଯାଇଥିଲା । ସମସ୍ତ ଯୋଜନାକୁ ପ୍ରସ୍ତୁତ କରି ବ୍ୟୟ ଅଟକଳ କରାଯାଇ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନର ସଭାପତି ଜିଲ୍ଲାପାଳଙ୍କ ଠାରୁ ଅନୁମୋଦନ କରି କେନ୍ଦ୍ରକୁ ପଠାଇବା ପାଇଁ ପ୍ରତିନିଧି ଦଳ ଅନୁରୋଧ କରିଥିଲେ । ଏଥିରେ ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ୍‌ର ସଂପାଦକ ରବିନ୍ଦ୍ର କୁମାର ରାଉତ, ଯୁଗଳ ସାମଲ, ସୁବ୍ରତ କୁମାର ପୁରୋହିତ ଏବଂ କିସ୍‌ର ବୌଦ୍ଧଜିଲ୍ଲା ସଂଯୋଜକ ଲକ୍ଷ୍ମୀଧର ବେହେରା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ କିରାଣୀ ମାନସ ରଞ୍ଜନ ସେଠୀ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031