Indus Valley Times

ମଣ୍ଡିରେ ସୁବ୍ୟବସ୍ଥିତ ଧାନ କ୍ରୟ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ବ

 Breaking News

ମଣ୍ଡିରେ ସୁବ୍ୟବସ୍ଥିତ ଧାନ କ୍ରୟ ଉପରେ ଜିଲ୍ଲା ପ୍ରଶାସନର ଗୁରୁତ୍ବ

December 31
20:24 2025

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୩୧/୧୨: ଆସନ୍ତା ଖରିଫ ଋତୁ ୨୦୨୫-୨୬ରେ ମଣ୍ଡିରେ ଧାନ କ୍ରୟ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଛି।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ଶ୍ରୀ ଶିବାନନ୍ଦ ସ୍ୱାଇଁ, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଯୋଗାଣ ଅଧିକାରୀ,ଶ୍ରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ, ଡିଆରସିଏସ, ଶ୍ରୀ ଅମୁଲ୍ୟ କୁମାର ସେଠୀ,ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ଯୋଗ ଦେଇଥିଲେ।
ଜିଲ୍ଲାପାଳ ଶ୍ରୀ କର ସଭାରେ ଉପସ୍ଥିତ ଅଧିକାରୀ, ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକର ସମ୍ପାଦକ ଏବଂ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ସହ ମଣ୍ଡିରେ ଧାନ କ୍ରୟ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
ଏହାସହ ସମସ୍ତ ଧାନ ମଣ୍ଡିରେ ଚାଷୀଙ୍କ ପାଇଁ ମୌଳିକ ସୁବିଧା କରିବା ସହ ଚାଷୀ ଭାଇ ଭଉଣୀମାନଙ୍କୁ ଉଚିତ୍ ସମ୍ମାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହାସହ ବ୍ଲକ ସ୍ତରରେ ନୋଡାଲ ଅଧିକାରୀ ଓ ମଣ୍ଡି ସୁପରଭାଇଜର ବୈଠକ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଧାନ କ୍ରୟରେ ଅବହେଳା କିମ୍ବା ଅବ୍ୟବସ୍ଥା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ବୈଠକରେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଶିବାନନ୍ଦ ସ୍ୱାଇଁ କହିଥିଲେ ଯେ ମଣ୍ଡିରେ ଧାନ କ୍ରୟ ଓଡ଼ିଶା ସରକାରଙ୍କ ଏକ ଫ୍ଲାଗସିପ ଯୋଜନା।
ଯାଜପୁର ଜିଲ୍ଲାରେ ଜାନୁଆରୀ ୭ ତାରିଖରୁ ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଇଛି। ଗତ ବର୍ଷ ପ୍ରାୟ ୫୬,୦୦୦ ଚାଷୀଙ୍କଠାରୁ ୨୦ ଲକ୍ଷ ୫୪ହଜାର ୩୦୫ କୁଇଣ୍ଟାଲ ରୁ ଅଧିକ ଧାନ କ୍ରୟ କରାଯାଇଥିଲା।
ଚଳିତ ବର୍ଷ ପ୍ରାୟ ୫୯,୯୬୦ ପଞ୍ଜିକୃତ ଚାଷୀଙ୍କଠାରୁ ପ୍ରଥମ ପର୍ଯ୍ୟାୟ ରେ ୧୪ ଲକ୍ଷ ୩୦୦ କୁଇଣ୍ଟାଲ ରୁ ଅଧିକ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ରହିଛି।
ଧାନ କ୍ରୟ କେନ୍ଦ୍ରଗୁଡିକରେ ପାନୀୟ ଜଳ, ଆଲୋକ, ସିସିଟିଭି, ତାର୍ପୋଲିନ, ଆର୍ଦ୍ରତା ମେସିନ ଏବଂ ବସିବା ପାଇଁ ବ୍ୟବସ୍ଥା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଏଥର କେବଳ ଝୋଟ ବ୍ୟାଗରେ ହିଁ ଧାନ କ୍ରୟ କରାଯିବ ବୋଲି କହିଥିଲେ।
ଯାଜପୁରରେ ସୁବ୍ୟବସ୍ଥିତ ଢଙ୍ଗରେ ମଣ୍ଡିରେ ଧାନ କ୍ରୟ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏହାସହ ମଣ୍ଡି କ୍ରୟକୁ ସେଣ୍ଟ୍ରାଲ ମନିଟରିଂ ୟୁନିଟ୍ ତଦାରଖ କରିବେ।
ଏହି ସଭାରେ ୧୩୯ ଟି ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ, ୪୨ ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ, ମାର୍କେଟିଂ ଇନ୍ସପେକ୍ଟର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930