Indus Valley Times

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି : ମୁଖ୍ୟମନ୍ତ୍ରୀ

 Breaking News

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି : ମୁଖ୍ୟମନ୍ତ୍ରୀ

ମିସନ ମୋଡରେ ଆମ ସରକାର ମୌଳିକ ସୁବିଧା ପୂରଣ କରୁଛନ୍ତି : ମୁଖ୍ୟମନ୍ତ୍ରୀ
June 12
17:29 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ଭୁବନେଶ୍ୱର, ୧୨/୬ : ଆଜି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ଦୁଇ ବର୍ଷ ପୂରଣ କରିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ।
ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣରୁ ରିପୋର୍ଟ କାର୍ଡ ଦେଇଛନ୍ତି ।
ଏହା ସହିତ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥ, ଗମନାଗମନ, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଗୁଡ଼ିକୁ ଆଲୋକପାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସାମ୍ବାଦିକଙ୍କର ଗୋଟିଏ ଗୋଟିଏ ପ୍ରଶ୍ନର ଉତ୍ତର ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇସାରିଛି । ସେହି ଲକ୍ଷ୍ୟ ହାସଲ ଦିଗରେ ସରକାର କାମ କରୁଛନ୍ତି ।
ଓଡ଼ିଶାବାସୀ ବର୍ତ୍ତମାନ ନିଜ ଭବିଷ୍ୟତକୁ ନେଇ ପୂର୍ବ ଅପେକ୍ଷା ଅଧିକ ଆଶାବାଦୀ ହୋଇଛନ୍ତି । ଦୁଇ ବର୍ଷ ଭିତରେ ୧୨୧ଟି ନୂତନ ଯୋଜନା ଘୋଷଣା କରାଯାଇଛି । ଯାହା ସମୃଦ୍ଧ ଓଡ଼ିଶା ଲକ୍ଷ୍ୟର ନିକଟତର କରିପାରିଛି । ଆଜି ସାମ୍ବାଦିକମାନେ ଖୋଲା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିପାରୁଛନ୍ତି । ଯାହାକି ୨୪ ବର୍ଷର ସରକାରରେ ହୋଇନଥିଲା ।
ଆଜିବି ବିଭିନ୍ନ ଗ୍ରାମରେ ମୌଳିକ ସୁବିଧା ପହଁଚି ନାହିଁ । ବିଦ୍ୟୁତ, ପାନୀୟ ଜଳ, ଗାଁକୁ ରାସ୍ତାଟିଏ ଦେଇ ପାରିନ ଥିଲେ ପୂର୍ବ ସରକାର । ଏଥିପାଇଁ ମିଶନ୍ ପାୱାର ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ମୌଳିକ ସୁବିଧା ଯୋଗାଇ ଦେବାକୁ କାମ ଜାରି ରହିଛି । ୨୦୨୭ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ।
ପ୍ରଧାନମନ୍ତ୍ରୀଙ୍କ ରେଖାଙ୍ଗିତ ଚାରି ବର୍ଗ, ଗରିବ, ମହିଳା, ଅନ୍ନଦାତା ଏବଂ ଯୁବ ବର୍ଗଙ୍କୁ ପ୍ରାଥମିକତା ଦିଆଯାଉଛି । ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏଏସଜିକୁ ବ୍ୟାଙ୍କ ଋଣ ପ୍ରଦାନ, ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି ।
ଚାଷିଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନାରେ ଧାନ ସଂଗ୍ରହ କରାଯାଉଛି । କୃଷି ବିଦ୍ୟାର୍ଥୀ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ୧୦୦ ମଡେଲ୍ ମଣ୍ଡି, ଗୋଟିଏ ସପ୍ ଗୋଟିଏ ଷ୍ଟପ୍ ଇତ୍ୟାଦି କରାଯାଉଛି ।
ସେହିପରି ଆଜିଠାରୁ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ଆରମ୍ଭ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଦ୍ୱାରା ସମସ୍ତ ହିତାଧିକାରୀଙ୍କୁ ମୁଣ୍ଡ ପିଛା ପ୍ରତି ମାସରେ ୫ କିଲୋଗ୍ରାମ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ । ଏଥିପାଇଁ ବାର୍ଷିକ ୮୮୧୩ କୋଟି ଟଙ୍କା ଖର୍ଚ୍ଚ ହେବ ।
ସେହିପରି ଶିକ୍ଷା ପାଇଁ ସରକାର ଜାତୀୟ ଶିକ୍ଷା ନୀତି ଓ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ୨ ବର୍ଷ ମଧ୍ୟରେ ୨୬ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକଙ୍କୁ ନିଯୁକ୍ତି ମିଳିଛି ।
ସେହିପରି ୪୩୩ ଗୋଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି । ୧୧୪ ଗୋଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବାବେଳେ ୬୪ଟି ପ୍ରକଳ୍ପର ଉଦଘାଟନ ହୋଇଛି ।
ସେହିପରି ପୂର୍ବ ସରକାରରେ ଅନେକ ଅପରାଧିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀ ଏହାର ଜବାବ ବିରୋଧୀ ଦଳକୁ ମାଗିଛନ୍ତି । ସେହିପରି ବିଜେପି ସରକାରରେ ରାଜ୍ୟ ମାଓ ମୁକ୍ତ ହୋଇଛି ।
ମହିଳା ବିରୋଧୀ ହିଂସାରେ ଅହେତୁକଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମହିଳା ବିରୋଧୀ ହିଂସାରେ ୨୦୨୩ରେ ଦଣ୍ଡହାର ମାତ୍ର ୬.୭ ପ୍ରତିଶତ ଥିବାବେଳେ ୨୦୨୫ ଜୁନ ସୁଦ୍ଧା ୬୨ ପ୍ରତିଶତକୁ ବୃଦ୍ଧି ପାଇଛି ।
ସେହିପରି ଭାରତୀୟ ନ୍ୟାସ ସଂହିତା ଲାଗୁ ହେବା ପରେ ସାମଗ୍ରିକ ଦଣ୍ଡବିଧାନ ହାର ୧୧ ପ୍ରତିଶତରୁ ବୃଦ୍ଧି ପାଇ ୮୭.୬ ପ୍ରତିଶତରେ ପହଁଚିଛି ।
ଭୁବନେଶ୍ୱରରେ ୭୭ ଏକର ଜମିରେ ସାଇନ୍ସ ସିଟି କରିବାକୁ ଯାଉଛନ୍ତି ସରକାର । ତିନୋଟି ସେମିକଣ୍ଡକଟର କରାଯାଇଛି । ୧ ହଜାର ୭୫ଟି ରାଜସ୍ୱ ଗ୍ରାମ କରାଯାଇଛି ।
୨୮ହଜାର ୫୭୧ ଜଣଙ୍କୁ ବସୁନ୍ଧରାରେ ଜମି ଦିଆଯାଇଛି। ବ୍ରିକ୍ସ ରାଷ୍ଟ୍ର ସମୂହ ଆମ ସରକାରଙ୍କୁ ପ୍ରଶଂସା ମିଳିଛି । ଗତ ସରକାର ସମୟରେ ରାଜୀବ ଭବନକୁ ଠିକାଦାରଙ୍କ ଆଡାସ୍ଥଳୀ ରେ ପରିଣତ କରାଯାଇଥିଲା ।
ସେଥିରୁ ଆମ ସରକାର ମୁକ୍ତ କରିଛନ୍ତି । ୧୫ହଜାର ହେକ୍ଟର ଜମିକୁ ୪ବର୍ଷରେ ଜଳସେଚନ ହେବ । ଅନୁସୂଚିତ ଜନଜାତି ଉନ୍ନତି ହେବା ଆବଶ୍ୟକ । କାହିଁକିନା ଜନସଂଖ୍ୟାର ୪୦ ପ୍ରତିଶତ ସେହି ସମ୍ପ୍ରଦାୟରୁ ଆସୁଛନ୍ତି ।
ଗତ ୧୩ବର୍ଷରେ ଦୁଇରୁ ତିନିଟି ଟିଏସି ବୈଠକ ହୋଇଥିଲା କିନ୍ତୁ ଆମ ସରକାର ଆସିବା ଦିନଠାରୁ ବୈଠକ କରି ବିସ୍ତାର ରୂପରେଖ ପ୍ରସ୍ତୁତ କରୁଛୁ। ୮୦ବର୍ଷରୁ ଅଧିକ କିମ୍ବା ୮୦ ପ୍ରତିଶତ ଭିନ୍ନ କ୍ଷମ ବ୍ୟକ୍ତିଙ୍କୁ ୩୧ଶହ ଟଙ୍କା ଦେଉଛୁ। ୬ଲକ୍ଷ ହିତାଧିକାରୀଙ୍କୁ ସେଚୁରନ ମୋଡରେ ଭତାରେ ଦେଉଛୁ।
ଗଲା ଦୁଇ ମାସରୁ ଅଧିକ ସମୟ ହେବ ଭତ୍ତା ଦିଆଯାଇ ନଥିବା ସମସ୍ୟା ଆସିଛି କିନ୍ତୁ ଏହା କେନ୍ଦ୍ର ସରକାରଙ୍କର ସମସ୍ୟା । ଟେକ୍ନିକାଲ ସମସ୍ୟା ପାଇଁ ଅର୍ଥ ପ୍ରଦାନ କରାଯାଇ ପାରୁ ନାହିଁ ।
ଗୋଟେ ମାସର ନୁହେଁ ଏକକାଳୀନ ତାଙ୍କୁ ତିନି ମାସର ଭତ୍ତା ଦେବେ ସରକାର । ୩୫ଲକ୍ଷ ଯୋଗ୍ୟ ଲୋକଙ୍କୁ ପକ୍କା ଘର ଦିଆଯିବ । ପ୍ରତ୍ୟେକ ବର୍ଷ ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ରାଜ୍ୟକୁ ଯୋଗାଇବେ କେନ୍ଦ୍ର ।
୪୫୫୧ ଜଣ ଶ୍ରୀ ଜଗନ୍ନାଥ ଦର୍ଶନ କାର୍ଯ୍ୟକ୍ରମରେ ମହାପ୍ରଭୁଙ୍କୁ ଆସି ଦର୍ଶନ କରିଛନ୍ତି । ଫାଷ୍ଟ ଡେଷ୍ଟିନେଶନ କରିବେ ସରକାର । ୨ ବର୍ଷରେ କୌଣସି ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ହୋଇନାହିଁ । ୨୦୨୭ ସୁଦ୍ଧା ସବୁ ଗାଁକୁ ବିଜୁଳି ଯୋଗାଇବେ ସରକାର ।
୨୪ବର୍ଷ ଶାସନରେ ଗଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ତାଙ୍କ ଗୁହାରି ଶୁଣାଇ ପାରୁ ନଥିଲେ । ଆମ ସରକାର ଆସିବା ମାତ୍ରେ ଶୁଣାଣି କରୁଛନ୍ତି ଲୋକଙ୍କ ସମସ୍ୟା। ୧୪ହଜାରରୁ ଅଧିକ ଅଭିଯୋଗ ଆସିଛି ତନ୍ ମଧ୍ୟରୁ ୯୫ ପ୍ରତିଶତ ସମାଧାନ କରାଯାଇଛି।
ସବୁ ବିଭାଗରେ ପଦ ପଦବୀ ପୂର୍ବ ସରକାର କରିନଥିଲେ ଠିକରେ ନିଯୁକ୍ତି ଦେଇ ଚଳାଉଥିଲେ। ଲୋକସେବା ଭବନ ହେଉ କି ବିଧାନସଭା ଭବନରେ କଟକଣା ଗଣମାଧ୍ୟମ ପାଇଁ ଲଗାଇଥିଲେ ପୂର୍ବ ସରକାର।
୩୧୪ ବ୍ଲକରେ ଷ୍ଟାଡିୟମ ନିର୍ମାଣ କରାଯିବ । ୪ହଜାର ୧୨୪କୋଟି ଟଙ୍କା ସରକାର ସେଥିପାଇଁ ରଖିଛନ୍ତି । ଆର୍ଥିକ ସୁପରିଚାଳନାରେ ଆମେ ଶୃଙ୍ଖଳା ରକ୍ଷା କରିଛୁ । ଜାତୀୟ ହାରଠାରୁ ଆମର ଅଭିବୃଦ୍ଧି ଅଧିକ ରହିଛି।
ବିରୋଧୀ ଦଳ ଦୁଇ ବର୍ଷ ହେବ ପଚାରୁଛନ୍ତି ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ପାଇଲା କ\’ଣ ? ଯାହାର ଜବାବରେ ମୁଖ୍ୟମନ୍ତ୍ରୀ କହିଛନ୍ତି, \”ମୁଁ କହୁଛି ସେମାନେ ଶୁଣନ୍ତୁ ଦୀଘାର ଜଗନ୍ନାଥ ଧାମରୁ ଧାମ ଶବ୍ଦ ଉଠାଇବାରେ ଆମ ସରକାର ସଫଳ ହୋଇଛନ୍ତି । ଦାରୁକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ମମତାଙ୍କ ଅଂହ ଭଙ୍ଗ ହୋଇଛି ।
ଭୁବନେଶ୍ୱରକୁ ଗେଟର ଭୁବନେଶ୍ୱର ବନାଇ ଦିଆଯିବ । ଓଡ଼ିଶାର ସମସ୍ତ ଆଧ୍ୟାତ୍ମିକତା କ୍ଷେତ୍ରକୁ ବିକାଶ କରାଯିବ। ଫାଇଲରେ ବି ଏବେ ଓଡ଼ିଆ ଭାଷାରେ କାର୍ଯ୍ୟ କରାଯାଉଛି ।
ତାହାକୁ ସତ ପ୍ରତିଶତ କରାଯିବ। ପୂର୍ବ ସରକାର ଚଳାଉଥିବା ବ୍ୟକ୍ତି କିମ୍ବା ନେତାଙ୍କର ଓଡ଼ିଆ ପ୍ରତି ଭଲ ପାଇବା ନଥିଲା । ସେଥିପାଇଁ ୨୪ ବର୍ଷିଆ ଶାସନରେ ଲଗାଇ ନଥିଲେ । ଆମ ସରକାର ଲୋକଙ୍କ ସହ ଅଛନ୍ତି ସେଥିପାଇଁ ତ ଲୋକଙ୍କ ସରକାର କହୁଛନ୍ତି ।
୨୪ ବର୍ଷିଆ ଶାସନରେ ବିକାଶକୁ କେବଳ ପ୍ରଚାର ପ୍ରସାରରେ ସେମିତି ଥିଲା । ଗଲା ଶାସନରେ ହୁଇନ୍ସ ଆଣ୍ଡ ଫ୍ୟାନ୍ସି ଗୋଟିଏ ବ୍ୟକ୍ତି ପାଇଁ ପାଇଥିଲା । ଯାହାର ଉଦାହରଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କେମିତି ଆଉ କାହା ରଚନାରେ ହେଉଥିଲା । ବିଗତ ସରକାରଙ୍କ ଅପାରଗତା କାରଣରୁ ବିକାଶରେ ଏବେ ବି ବାଧା ସୃଷ୍ଟି ହେଉଛି । ଆମ ସରକାର ପ୍ରତିକ୍ରିୟା ଶିଳ ନ ହୋଇ ସମସ୍ୟାକୁ ନେଇ ତାହାକୁ ସମାଧାନ କରିବା କ୍ଷେତ୍ରରେ ଆଗେଇ ଯାଉଛି ଆମ ସରକାର।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930