Indus Valley Times

କରୋନା କଟକଣାରେ ପ୍ରଭାବିତ ହେବନି ପିଲାଙ୍କ ପାଠପଢା, ମାଟ୍ରିକ୍ ସମେଟିଭ୍ ପରୀକ୍ଷା ନିଶ୍ଚିତ ହେବ : ଗଣଶିକ୍ଷାମନ୍ତ୍ରୀ

 Breaking News

କରୋନା କଟକଣାରେ ପ୍ରଭାବିତ ହେବନି ପିଲାଙ୍କ ପାଠପଢା, ମାଟ୍ରିକ୍ ସମେଟିଭ୍ ପରୀକ୍ଷା ନିଶ୍ଚିତ ହେବ : ଗଣଶିକ୍ଷାମନ୍ତ୍ରୀ

କରୋନା କଟକଣାରେ ପ୍ରଭାବିତ ହେବନି ପିଲାଙ୍କ ପାଠପଢା, ମାଟ୍ରିକ୍ ସମେଟିଭ୍ ପରୀକ୍ଷା ନିଶ୍ଚିତ ହେବ : ଗଣଶିକ୍ଷାମନ୍ତ୍ରୀ
December 25
18:45 2021

ଭୁବନେଶ୍ୱର, ୨୫/୧୨: ଜାନୁଆରୀ ୫ ତାରିଖରେ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ସମେଟିଭ୍ ଆସେସମେଣ୍ଟ ନିଶ୍ଚିତ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।
ସେ କହିଛନ୍ତି, ସମେଟିଭ୍ ଆସେସମେଣ୍ଟ ବହୁତ ଜରୁରୀ। କୌଣସି କାରଣରୁ ଯଦି ଯଦି ଗତ ବର୍ଷ ଭଳି ବୋର୍ଡ ପରୀକ୍ଷା ନ ହୋଇପାରିବ, ସେ କ୍ଷେତ୍ରରେ ସମେଟିଭ୍ ଆସେସମେଣ୍ଟ କାମରେ ଲାଗିବ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଏବେ ଯେଉଁ ପର୍ଯ୍ୟନ୍ତ ପିଲାଙ୍କ କୋର୍ସ ଶେଷ ହୋଇଛି, ତା’ରି ଆଧାରରେ ସମେଟିଭ୍ ଆସେସମେଣ୍ଟ କରାଯିବ।
ସେହିଭଳି ଏବେ କରୋନା ଭାଇରସ୍ର ଓମିକ୍ରନ ଭ୍ୟାରିଆଣ୍ଟ ମାଡ଼ି ଚାଲିଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସ୍କୁଲଗୁଡ଼ିକରେ କଟକଣା ଭିତରେ ପାଠପଢ଼ା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ସ୍କୁଲଗୁଡ଼ିକୁ ସତର୍କ କରାଯାଇଛି।
ପୁରୁଣା ଏସ୍ଓପିକୁ ପାଳନ କରାଯାଉଛି। ନୋଡାଲ ଅଫିସରମାନେ ଯୋଗାଯୋଗରେ ଅଛନ୍ତି। ଡିଇଓମାନଙ୍କ ସହିତ ନିୟମିତ ଭାବେ ବୈଠକ ହେଉଛି। ଏପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ସେମିତି କୌଣସି ସମସ୍ୟା ଦେଖିବାକୁ ମିଳିନି।
ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ଅନୁସାରେ ସମସ୍ତ ନିୟମ ପାଳନ କରାଯାଉଛି। ଏବେ ସ୍ୱାସ୍ଥ୍ୟ ବିଭାଗର କିଛି ନୂଆ ଗାଇଡ୍ଲାଇନ୍ ଆସିନାହିଁ। ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ସଂପର୍କରେ କିଛି ନିଷ୍ପତ୍ତି ହୋଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031