Indus Valley Times

ପୁଣି ଜୀବନ ନେଲା ମାଞ୍ଜା ସୂତା : ଗୁଡି ସୂତାରେ କଟି ଯୁବକ ମୃତ

 Breaking News

ପୁଣି ଜୀବନ ନେଲା ମାଞ୍ଜା ସୂତା : ଗୁଡି ସୂତାରେ କଟି ଯୁବକ ମୃତ

December 26
20:31 2021

କଟକ,୨୬/୧୨ : ପୁଣି ଜୀବନ ନେଲା ମାଞ୍ଜା ସୂତା। ମାଞ୍ଜା ସୂତା ବା ଗୁଡି ସୂତାରେ କଟି ଯୁବକ ମୃତ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ଜଗତପୁର ପୀରବଜ଼ାର ଅଞ୍ଚଳରେ । ମୃତ ଯୁବକ ହେଲେ ଜୟନ୍ତ ସାମଲ ଓ ତାଙ୍କ ଘର ସ୍ଥାନୀୟ ଭୟରପୁର ଠାରେ।
ସୂଚନାନୁସାରେ, ରବିବାର ଅପରାହ୍ନ ୪ଟା ବେଳେ ଜୟନ୍ତ ନିଜ ବାଇକ ଯୋଗେ ତାଙ୍କ ସ୍ତ୍ରୀଙ୍କ ସହ ଶ୍ୱଶୁର ଘରକୁ ଯାଉଥିଲେ । ହେଲେ ପୀରବଜାର ଠାରେ ଗୁଡି ଉଡାଇବା ପାଇଁ ବ୍ୟବହାର କରାଯାଉ ଥିବା ବେଆଇନ ମାଞ୍ଜାସୂତା ତାଙ୍କ ବେକରେ ଗୁଡେଇ ହୋଇ ଯାଇଥିଲା। ସୂତାଟି ଅତି ଶକ୍ତ ଥିବାରୁ ସେଥିରେ ତାଙ୍କ ବେକ କଟି ଯାଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ବେଆଇନ ଘୋଷିତ ମାଞ୍ଜା ସୂତା ବିକ୍ରି ଏବଂ ଉଡାଉଥିବା ଲୋକଙ୍କ ବିରୋଧରେ କା~ðýûନୁଷ୍ଠାନ ଦାବି କରି ଜଗତପୁର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ।
ସୂଚନାଯୋଗ୍ୟ, ଗତ ଜୁନ ମାସରେ ଜୟନ୍ତ ବିବାହ କରିଥିଲେ । ତାଙ୍କ ମୃତ୍ୟୁ ପରେ ନବ ବିବାହିତା ଜଣଙ୍କ ଭାଙ୍ଗି ପଡିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031